Posts

Showing posts from 2021

ମଧ୍ୟସ୍ଥି ଧମକ ଦେଲା... ଅଭିଯୋଗ ଦେଲେ ଫେରସ୍ତ ଟଙ୍କା ଦିଆହେବନି କହୁଥିବା ଅଡିଓ ଭାଇରାଲ....

Image
ମଧ୍ୟସ୍ଥି -ପ୍ରଶାନ୍ତ କୁମାର ବେହେରା       ଅଭିଯୋଗକାରୀ -ସୁଶାନ୍ତ କୁମାର ନାୟକ  ମଧ୍ୟସ୍ଥି ଧମକ ଦେଲା... ଅଭିଯୋଗ ଦେଲେ ଫେରସ୍ତ ଟଙ୍କା ଦିଆହେବନି କହୁଥିବା ଅଡିଓ ଭାଇରାଲ.... ଭୁବନେଶ୍ୱର :- ଶୁଣିବାକୁ ମିଳିଲା ଯେ, 2018 ମସିହାର ବେହେରା ସେକରୁୱିଟି ସ୍ୱେର୍ଭିସେସ ପ୍ରାଇଭେଟ ଲିମିଟେଡ଼ ଏହି କମ୍ପାନୀ ନୟାପଲ୍ଲୀ ଅଂଚଳରେ ପ୍ଲଟ ନମ୍ବର 1191ରେ ଅଫିସ ଖୋଲା ଯାଇଛି  l ଏହି କମ୍ପାନୀ ଅଫିସଟି ପୁରୀର ଦୁଇଜଣ MD ଯଥା ଶ୍ରୀଯୁକ୍ତ ପ୍ରବିତ୍ର ବେହେରା ଏବଂ ଶ୍ରୀଯୁକ୍ତ ଦନାର୍ଦନ ବେହେରା ଅଛନ୍ତି ଓ ଠିକି ଏହି ସମୟରେ ପ୍ରଶାନ୍ତ ବେହେରା (ମଧ୍ୟସ୍ଥି) ନାମରେ ତୁତୀୟ MD ଶୁଣିବାକୁ ମିଳୁଛି ପ୍ରତେକ ପିଲାଙ୍କୁ ଚାକେରି ଆଶା ଦେଇ ନିରାଶ କରିଥିଲେ .. ଭୁବନେଶ୍ୱର ନାମୀଦାମୀ ଏରିଆରେ ବେହେରା ସେକରୁୱିଟି ସ୍ୱେର୍ଭିସେସ ପ୍ରାଇଭେଟ ଲିମିଟେଡ଼  କ୍ରମ୍ପାନୀ  ଅଫିସ MD ପ୍ରଶାନ୍ତ ବାବୁଙ୍କ ଅତି ନିକଟତମ ବନ୍ଧୁ ଯିଏ କି ସ୍ୱାଇଁ ବାବୁ କୌଣସି ପ୍ରାଭେଟ କ୍ରମ୍ପାନୀ ସିର୍କୁରିଟି ଗାର୍ଡ ଦରକାର ହେଲେ କ୍ରମ୍ପାନୀ ଏଜେନ୍ସସି ଯୋଗାଇଦେଇଥାଏ କିନ୍ତୁ କ୍ରମ୍ପାନୀ ଏଜେନ୍ସସି MD ପ୍ରଶାନ୍ତ ବାବୁଙ୍କ ଅଫିସକୁ ସ୍ୱାଇଁ ବାବୁ ପ୍ରତିଦିନ ଯିବାଆସିବା ହୋଇଥାନ୍ତି କାରଣ ଦିନ ତାରା ଦେଖାଇବାକୁ ପଡିବାକୁ ହେଲେ ଭଲ ଅଫିସ ଦେଖାଇବାକୁ ହୋଇଥାଏ କାରଣ ଯୋଉଁ ବେକାର ଯୁବକ ଠାରୁ  ଚାକେରି ଦେବା ଲୋ...

BISWARANJAN MISHRA -- ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ-ପୁରୀ ବାଇପାସ୍ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଲୋକାର୍ପିତ ଭୁବନେଶ୍ବର, ତା.୩.୨.୨୧- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍ ରୋଡରେ ଏଲ୍ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଭୁବନେଶ୍ବର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବରର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମ୍ୟୁନିସପାଲ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ସ୍ବାଗତ ଭାଷଣ ଦେଇଥିଲେ ଏବଂ ମହାନଗର ନିଗମର କମିଶନର ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Image