ଏକ ପାଖିଆ ଖବର ଶୁଣି ହଇରାଣ କରୁଛି ପୁରୀ ମ୍ୟୁନିସିପାଲିଟି, ରଖୁନି ଆବେଦନ

 
ଏକ ପାଖିଆ ଖବର ଶୁଣି ହଇରାଣ କରୁଛି ପୁରୀ ମ୍ୟୁନିସିପାଲିଟି, ରଖୁନି ଆବେଦନ


 ପୁରୀ :-04-07-2024- ଗୋଟେ ପ୍ଲଟ ନମ୍ବର ରେ ଆପାମେଣ୍ଟ ତିଆରି ହୋଇଛି ବୋଲି ଖବର କାଗଜ ଦେଖି ପୁରୀ ମୁନିସିପାଲିଟି ପାଦ ତଳୁ ମାଟି ଚାଲିଗଲା। ମୁନିସିପାଲିଟି ଅଧିକାରୀ ଙ୍କ ନିଦ ହଜାଈ ଦେଲା ପ୍ଲଟ ନମ୍ବର ୨୫୮। ଜାଗା ଉପରକୁ ଆସି ନିର୍ଦେଶ ଦେଲେ କି କାମ ବନ୍ଦ କରିବା ପାଇଁ ଏବଂ ବିଭିନ୍ନ ପ୍ରକାର ନିୟମ ବଳି ଦେଖାଇ ସବୁ ପ୍ରକାର ନିୟମ ଲାଗୁ ହୋଇଗଲା ପ୍ଲଟ ମାଲିକଙ୍କ ଉପରେ। ପୁରୀ ମୁନିସିପାଲିଟି ଅଧିକାରୀ ମାନସିକ ଚାପ ଦେଉଛନ୍ତି ଜାଗା ମାଲିକଙ୍କୁ। ଦୁଇ ଦୁଇ ଲେର୍ଟର ମୁନିସିପାଲିଟି ପ୍ରକ୍ଷରୁ ଆସିଥିଲା ତଥା ତାହା ଯେଉଁ ସମୟ ସୀମା ଦେଇଥିଲେ ତାଙ୍କ ପାଖରେ ଘର ମାଲିକ ହଜାର ହୋଇ କାଗଜ ପତ୍ର ସବୁ ଦେଖାଇ ଥିଲେ। କିନ୍ତୁ ପୁର୍ଣବାର ଦ୍ୱତୀୟ ଲେର୍ଟର ସେହିପରି ଡାକରା ଆସିଲା ଆଉ ଥରେ ହଜାର ହୋଇ ସବୁ ସଠିକ କାଗଜ ପତ୍ର ଦେଖାଇଲେ ମାଲିକ କିନ୍ତୁ ମୁନିସିପାଲିଟି ଅଧିକାରୀ ମାନେ ପ୍ରତେକ ଦିନ ଗୋଟେ ଗୋଟେ ପ୍ରକାର ସରକାରୀ ନିୟମ ହୋଇଛି ବୋଲି କହୁଛନ୍ତି। କଣ ଜଣେ ନିରୀହ ମାଲିକ ନିଜର ଘର ସମ୍ପୂର୍ଣ କରିପାରିବ ନାହିଁ। ଯଦିଓ ଘର କିଛି ତ୍ରୁଟି ହୋଇଛି ତାହା ଘର ଉପରେ ଜୋରିମାନା କରାଯାଉ। ବିନା କାରଣ ରେ ମିଥ୍ୟା ଖବର ବାହାର କରିଥିବା ଖବର ଦେଖି ଖବର କେତେ ସତ୍ୟତା ଅଛି ନିରୀହ ମାଲିକାନା ଉପରେ ମାନସିକ ଚାପ ପକାଇବା କଣ ଠିକ କି? ପ୍ରତେକ ଗଣମାଧ୍ୟ୍ୟମ ସତ୍ୟତା ପ୍ରକାଶ କରିଥାଏ କାରଣ ସତ୍ୟ ଘଟଣା ରହସ୍ୟର କାଗଜ ପତ୍ର ଏବଂ କିଛି ସତ୍ୟତା କଥା ନିଜର ପାଖରେ ରଖି ଖବର କାଗଜ ବାହାର କରିଥାନ୍ତି କିନ୍ତୁ ଉଡ଼ା ପକ୍ଷୀ ପରି କିଛି ଖବର କାଗଜ ବାହାର କରିଦେଲେ ତାହାକୁ ସଠିକ କରିବାକୁ ପ୍ରମାଣ ସହ ଆଇନ ଅଦାଲତ ରେ ହଜାର ଦେଇ ଯେଉଁ ଖବର ସଂଗ୍ରହ କରିଥିଲେ ଏବଂ ଖରର କାଗଜ ବାହାର କରିଥିବା ମୁଖ୍ୟ କୁ ତାହାର ସମ୍ପୂର୍ଣ ଉତ୍ତର ଦେବାକୁ ପଡିଥାଏ। ଯାହାର ସଠିକ ଥାଏ ସତ୍ୟର ବିଜୟୀ ହୁଏ ନହେଲେ ଜୋରିମାନା ହୋଇଥାଏ। ମୁନିସିପାଲିଟି ପାଖରେ ମାଲିକ ର କିଛି ଭୁଲ ଅଛି ବୋଲି ଦେଖାଇ ପାରିବେ କି ନା ଖବର କାଗଜ ରେ ବାହାର କରିଥିଲେ ସତ୍ୟତା ଖବର କିଛି କାଗଜ ପତ୍ର ସଂଗ୍ରହ କରି ଆମକୁ ଦେଖାଇ ପାରିବେ କି? ଏହା ଦ୍ଵାରା କିଏ ସତ୍ୟ କହୁଛି ତାହା ପୁରା ପ୍ରମାଣ ହୋଇଯିବ। ନାରୀସେବା ସଦନ ପାଖରେ ଥିବା ଘରବାରୀ ପ୍ଲଟ ନମ୍ବର ୨୫୮। ଗୋଟେ ପ୍ଲଟ କିନ୍ତୁ ଦେଖିବାକୁ ଗଲେ ତାହା ପୁରୀ ମୁନିସିପାଲିଟି ଖାତା ନମ୍ବର ଅନୁସାରେ ଦୁଇଟା ପ୍ଲଟର ହୋଇଛି ଏହି ପ୍ଲାନ ପାଇଁ ଦୁଇଟା ଆବେଦନ ଅନଲାଇନରେ ପଇସା ଦିଆଯାଇଛି।


 ସୂଚନା ଅନୁସାରେ ୨୦୦୫ ମସିହାରେ ପିକେଡିଏ ଘର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲା।ତାହା ସଠିକ ସମୟରେ କରିବାରେ ବିଫଳ ହୋଇଥିଳା ମାଲିକ କିନ୍ତୁ ସେହି ଘର ପ୍ଲଟ ପ୍ଲାନ ପାଇଁ ପିକେଡିଏ ବଦଳି ପୁରୀ ମୁନିସିପାଲିଟି ଦେବ ବୋଲି ଶୁଣିବାକୁ ପାଇଲେ ମାଲିକ। କିନ୍ତୁ ମୁନିସିପାଲିଟି ଆସି ଦେଖିଲା ବେଳକୁ ସେ କହିଲେ ତହସିଲ ଓ ମନ୍ଦିର ପ୍ରଶାସନ ଠାରୁ ଅନୁମତି ଆଣିଲା ପରେ ଶେଷରେ ଆମର ଦ୍ୱାରସ୍ତ ହୋଇପାରିବେ। ସେତେବେଳେ ସବୁ ଠିକ ଥିଲା। ନିୟମ ଅନୁସାରେ ଘର ବି ତିଆରି ହେଲା। ଘର ଏବେ ନିର୍ମାଣର ଶେଷ ପର୍ଯ୍ୟାୟରେ। ହେଲେ ଏବେ ବାହାର ଲୋକଙ୍କ ମିଥ୍ୟା ଖବର ଶୁଣି ପୁରୀ ମ୍ୟୁନିସିପାଳିଟି କାମ ବନ୍ଦ କରି ହଇରାଣ କରୁଛି। ନିୟମ ମୁତାବକ ସମସ୍ତ କାଗଜପତ୍ର ଦାଖଲ ପରେ ବି ଆମ କଥା ଶୁଣୁନି ମ୍ୟୁନିସିପାଳିଟି। ମିଛ ଖବର ଶୁଣି କି ପ୍ରକାର ଅଯଥାରେ ହଇରାଣ କରୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ଏ ହେଉଛି ପୁରୀ ମ୍ୟୁନିସିପାଳିଟି ର ଅସଲ ଚେହେରା। ଯଦି ସତ ଜାଣିବାକୁ ଚାହୁଁଚି ପୁରୀ ମ୍ୟୁନିସିପାଳିଟି ତେବେ ଯେଉଁ ଖବର ଆଧାର ରେ କାମ ବନ୍ଦ କରିଛି, ସେହି ଖବର ବାହାର କରିଥିବା ଲୋକଙ୍କୁ ଡାକି ସାମ୍ନା ସାମ୍ନି କରୁ ନାହିଁ କାହିଁକି। ସେହି ଅନୁସାରେ ତହସିଲ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମତି ଅଣାଯାଇ ନିୟମ ଅନୁସାରେ ଅନ ଲାଇନରେ ଟଙ୍କା ପୈଠ କରା ଯାଇ ଘର ତିଆରି ହେଲା। ଏମିତିକି ଫିଲଡ଼ ଅଫିସର ମଧ୍ୟ ଘର ଓ ଜାଗା ଦେଖି ସଠିକ କରି ଯାଇଥିଲେ। ସେତେବେଳେ କଣ ପୁରୀ ମ୍ୟୁନିସିପାଳିଟି କୁ ଦେଖା ଗଲାନି। ଘର ନିର୍ମାଣ ର ଶେଷ ପର୍ଯ୍ୟାୟରେ କାମ ବନ୍ଦ କରିବାର ଅର୍ଥ ଜାଣି ଶୁଣି ହଇରାଣ କରିବା।


 ସେଥିପାଇଁ ପୁରୀ ସହରରେ ଅନେକ ସ୍ଥାନରେ ପୁରୀ ମୁନିସିପାଲିଟି ପ୍ଲାନ ପଛେରେ ଯାଉନାହାନ୍ତି। ବିନା ପ୍ଲାନ ରେ ବିରାଟ ରାଜମହଲ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ବିରୋଧରେ ବିଚାର ହୋଇନାହିଁ। ଯେଉଁମାନେ ସରକାରୀ ନିୟମ ଅନୁସାରେ ଯାଉଛନ୍ତି ସେମାନେ ସମ୍ପୂର୍ଣ ଅନ୍ଧାର ରେ ରହିଲେ। ଅନ୍ୟ କାର୍ଯ୍ୟ ଛାଡି କେବଳ ନୂଆ ନୂଆ ନିୟମ ଦେଖାଇବା ଚାଲିଛି। ଯେପରି ଘର ସମ୍ପୂର୍ଣ ହେଵା ମାତ୍ର ୨ ବର୍ଷ ହୋଇଗଲାଣି। ତେଣୁ ଜିଲ୍ଳା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ। ଏହା ସହ ଦୋଷୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Comments

Popular posts from this blog

OSCB seeks Government grants to maintain its banking status but the Board members and MD are making pleasure trips.

Ministry of Human Resource Development, Ministry of Information and Broadcasting and Ministry of Textile jointly observes 3rd National Handloom Day